ଶ୍ରୀମନ୍ଦିର ସେବାୟତଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ

ପୁରୀ,ଏନ୍ଏନ୍ଏସ୍: ଗତବର୍ଷ କୋଭିଡ଼ ମହାମାରୀ ସଂକ୍ରମଣ ସମୟରେ ଶ୍ରୀମନ୍ଦିର ସେବାୟତମାନଙ୍କୁ ୪ଥର ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଚଳିତବର୍ଷ ୨୪୬୩ଜଣ ସେବାୟତଙ୍କୁ ଜଣପିଛା ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପୁନର୍ବାର ଯୋଗାଇ ଦିଆଯାଉଛି। ଏ ବାବଦରେ ସେବାୟତମାନଙ୍କୁ ପ୍ରଦାନ କରାଯାଇଛି ୨କୋଟି ୪୬ଲକ୍ଷ ୩୦ହଜାର ଟଙ୍କା। ଗତବର୍ଷର ପଞ୍ଚମ କିସ୍ତି କୋଭିଡ଼ ସହାୟତା ବାବଦରେ ୫ହଜାର ଓ ଦ୍ୱିତୀୟ ଲହର କୋଭିଡ଼ ପାଇଁ ପ୍ରଥମ କିସ୍ତି ବାବଦରେ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହାଛଡ଼ା ଗତ ଏପ୍ରିଲ ମାସରୁ ସେବାୟତମାନେ ପାଉଥିବା ପାଳିଆ ପୁରସ୍କାରକୁ ଦ୍ୱିଗୁଣିତ କରାଯାଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି।