ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ସ୍ଥିତିରେ ରଥଯାତ୍ରା ହେବା ସମ୍ପର୍କରେ ତୁରନ୍ତ ନିଷ୍ପତି କରିବାକୁ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହଦେବ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କୁ ଚିଠି ଲେଖିଛନ୍ତି । ରଥଯାତ୍ରା ପୂର୍ବରୁ ହେବାକୁ ଥିବା ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ସମ୍ପର୍କରେ ଶୀଘ୍ର ନିଷ୍ପତି ନେବା ଲାଗି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି । ଗଜପତି ମହାରାଜା କହିଛନ୍ତି ଯେ ସ୍ନାନଯାତ୍ରା, ଚନ୍ଦନଯାତ୍ରା ନେଇ ମଧ୍ୟ ଶୀଘ୍ର ନିଷ୍ପତି ନିଆଯାଉ । ଚଳିତ ମାସ ୨୬ରେ ଅକ୍ଷୟ ତୃତୀୟା ପଡୁଛି । ତେଣୁ ବିଳମ୍ବ ନକରି ନିଷ୍ପତି ନେବାକୁ ହେବ । ସୂଚନାଯୋଗ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ରଥଯାତ୍ରା ନେଇ ଆଲୋଚନା ଚାଲିଛି ।ତେବେ ଏ ନେଇ କୌଣସି ନିଷ୍ପତି ହୋଇନାହିଁ । ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତି ନିଆଯିବ ।