ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ ଓ ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହୋଇଛି। ସୋମବାର ବାଲେଶ୍ୱର ଓ ନୀଳଗିରି ରେଳଷ୍ଟେସନ ମଧ୍ୟରେ ଦୁର୍ଘଟଣା ଯୋଗୁଁ ଅନେକ ଟ୍ରେନ୍ ବାତିଲ କରିବାକୁ ପଡ଼ିଥିଲା। ଏହି କ୍ରମରେ ପୁରୀ-ହାୱଡ଼ା ଶତାଦ୍ଦୀ ଏକ୍ସପ୍ରେସ୍କ ମଧ୍ୟ ବାତିଲ୍ କରାଯାଇଥିଲା। ପ୍ରଭାବ ସ୍ୱରୂପ ହାୱଡ଼ାକୁ ରେଳସେବା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଣୁ ପ୍ରଭାବିତ ଯାତ୍ରୀଙ୍କ ପାଇଁ ପୁରୀ-ସନ୍ତ୍ରାଗାଚ୍ଛି ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯାଇଛି।
ଏହି ଟ୍ରେନ୍ ସୋମବାର ମଧ୍ୟାହ୍ନ ସାଢ଼େ ୧୨ଟାରୁ ପୁରୀରୁ ବାହାରି ରାତି ୧୦ଟାରେ ସାନ୍ତ୍ରାଗାଚ୍ଛିରେ ପହଞ୍ଚିଛି। ସେହିଭଳି ଫେରିବା ପଥରେ ସେଠାରୁ ରାତି ୧୧ଟାରେ ଗସ୍ତ ଆରମ୍ଭ କରି ମଙ୍ଗଳବାର ସକାଳ ୯ଟା ୪୫ ମିନିଟ୍ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର ଦେଇ ଖଡଗ୍ପୁରରେ ପହଞ୍ଚିବ। ଟ୍ରେନ୍ରେ ଗୋଟିଏ ଏସି ୨-ଟାୟାର, ୪ଟି ଏସି ୩ ଟାୟାର, ୧୦ଟି ସ୍ଲିପର କ୍ଲାସ୍, ୫ଟି ସାଧାରଣ ୨ୟ ଶ୍ରେଣୀ ଓ ଦୁଇଟି ଗାର୍ଡ ଓ ଲଗେଜ୍ ଭ୍ୟାନ୍ ଅଛି।