ପୁରୀ ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ୫ ଲକ୍ଷ ଦେଲେ ସରକାର

ପୁରୀ, ଏନ୍ଏନ୍ଏସ୍: ପୁରୀ ହାଜତ ମୃତ୍ୟୁ ମାମଲାରେ ଓଡିଶା ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ମଧ୍ୟବର୍ତୀକାଳୀନ ନିର୍ଦ୍ଦେଶ ଅନୁସାରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ଗତ ନଭେମ୍ବର୧୯ ତାରିଖରେରେ ପୁରୀ ସହରର ଲୋକନାଥ ରୋଡ ଅଞ୍ଚଳର ୩୩ ବର୍ଷିୟ ତେଲୁଗୁ ଯୁବକ କେ ରମେଶଙ୍କୁ କିଛି ପୁରୁଣା ମାମଲାରେ ପୁଲିସ ଉଠାଇ ନେଇଥିଲା। ସେ ସେଠାରେ ପୁଲିସ କର୍ମଚାରୀଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାର ସଦସ୍ୟ ଅଭିଯୋଗ ଅନୁସାରେ ରମେଶଙ୍କୁ ପୁଲିସ ପିଟିପିଟି ମାରି ଦେଇଥିଲା ଏବଂ ତାଙ୍କ ମୃତଦେହ ସେମାନଙ୍କୁ ହସ୍ତାନ୍ତର କରାଯାଇ ନ ଥିଲା । ଏହାକୁ ନେଇ ପୁଲିସର କାର୍ଯ୍ୟକୁ ନିନ୍ଦା କରାଯାଇଥିବାବେଳେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଦାୟୀ କରିଥିଲେ । ଏହାସହ ପୁରୀ ଏସପିଙ୍କୁ ମଧ୍ୟ ସରକାର ବଦଳି କରିଥିଲେ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ।