ପୁରୀରେ ଏନକାଉଣ୍ଟର୍

ଭୁବନେଶ୍ୱର,୨୫ ।୮/ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ। ଏଥିରେ ପୁରୀ ବାସେଳୀ ସାହି ଆଇଆଇସି ଆହତ ହୋଇଥିବା ସୂଚନା ମିଳିଛି । ଦିବାନା ବେହେରା ନାମରେ ପୂର୍ବରୁ ୧୫ଟି ମାମଲା ଥିବା ଜଣାପଡ଼ିଛି। ଗତକାଲି ଦିବାନା ସୁପାରୀ ନେଇ ଜଣେ ବ୍ୟକ୍ତିଙ୍କୁ ମର୍ଡର କରିବା ପାଇଁ ଯାଉଥିବା ପୁଲିସ୍ ଖବର ପାଇଥିଲା। ଏ ନେଇ ପୁଲିସ ଦିବାନାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ନବକଳେବର ରୋଡ୍ ସ୍ଥିତ ଆଶ୍ରମ ଛକ ନିକଟରେ ଏନକାଉଣ୍ଟର କରିଥିଲା। ଦô୍ିପାକ୍ଷିକ ଗୁଳିଚାଳନା ଦô୍ାରା ଥାନା ଆଇଆଇସି ଆହତ ହୋଇଛନ୍ତି। ଏହା ସହ ପୁଲିସ ଗୁଳିରେ ଦିବାନାର ଡାହାଣ ଗୋଡ଼ରେ ଗଭୀର କ୍ଷତ ପହଞ୍ଚିଛି। ଘଟଣାସ୍ଥଳରୁ ପୁଲିସ ଗୋଟିଏ ବନ୍ଧୁକ, ଅଫୁଟା ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି ।