ଆରମ୍ଭ ହୋଇଛି ବଡ଼ଆଖଡ଼ା ମଠ ଉଚ୍ଛେଦ

ପୁରୀ,ଏନ୍ଏନ୍ଏସ୍ବଡ଼ଆଖଡ଼ା ମଠ ଉଚ୍ଛେଦ ପ୍ରକ୍ରିୟା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ରାମାନନ୍ଦ ସଂପ୍ରଦାୟର ଏହି ବଡ଼ଆଖଡ଼ା ମଠ ୧୪ ଶହ ଖ୍ରୀଷ୍ଟାବ୍ଦିର ହୋଇଥିବାବେଳେ ଏହାର ଉଚ୍ଛେଦକୁସାଧୁସନ୍ଥଙ୍କ ବିରୋଧ ପରେ ଏହି ପ୍ରକ୍ରିୟାକୁ ୩୩ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏ ନେଇ ଗତକାଲି ଆୟୋଜିତ ବୈଠକରେ ଆମିକସ କ୍ୟୁରୀ ଏହି ଉଚ୍ଛେଦକୁ ନିଜ ସମର୍ଥନ ଜଣାଇ ଏହାକୁ କ୍ଲିନ୍‌ଚିଟ୍ ଦେବାପରେ ଆଜି ଏହି ଉଚ୍ଛେଦ ପ୍ରକ୍ରିୟାଆରମ୍ଭ ହୋଇଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ୬ଟି ଜେସିବି ମେସିନ ଓ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପୁଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି।