ବର୍ଷାହେଲା ଛକା -ଚୌକା : ୪ ରନରେ ଜିତିଲା ପଞ୍ଜାବ

ନୂଆଦିଲ୍ଲା, ଏଜେନ୍ସି: ଏକ ବିଶାଳ ସ୍କୋର କୁ ପିଛାକରି ଶେଷ ଓଭରରେ ରାଜସ୍ଥାନ ରୟାଲ୍ସ ପରାଜୟ ବରଣ କରିଛି। ମାତ୍ର ୪ ରନରେ ବିଜୟ ହାସଲ କରିଛି କିଙ୍ଗସ ଇଲେଭେନ ପଞ୍ଜାବ। ଆଜିର ମ୍ୟାଚରେ ଛକା ଓ ଚୌକାର ବର୍ଷା ହୋଇଥିଲା। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନ କରିଥିବା ବେଳେ ରାଜସ୍ଥାନ ପ୍ରଥମରୁ ୱିକେଟ ପତନ କରିଥିଲା। ଏହାପରେ ରାଜସ୍ଥାନ ଟିମର ସଞ୍ଜୁ ସାମସାମ ମାତ୍ର ୬୩ଟି ବଲରୁ ୧୧୯ ରନ କରି ଦଳକୁ ବିଜୟ ଦ୍ୱାରକୁ ନେଇଯାଇଥିଲେ। ହେଲେ ଶେଷ ଓଭରର ଶେଷ ବଲରେ କ୍ୱାଚ ଆଉଟ ହୋଇଯାଇଥିଲେ। ପଞ୍ଜାବ ଟିମରୁ କେଏଲ ରାହୁଲ ୫୦ ବଲରୁ ୯୧ ରନ କରିଥିବା ବେଳେ ଦୀପ ହୁଡ୍ଡା ୨୮ ବଲରୁ ୬୪ ରନ କରିଥିଲେ।