ପୁଣି ଆରସିବିକୁ ହରାଇଲା ପଞ୍ଜାବ, ପ୍ରଥମ ମ୍ୟାଚରେ ଗେଲଙ୍କ ରନ୍ ବର୍ଷା

ଶାରଜା,ଏଜେନ୍ସି: ଚଳିତ ଆଇପିଏଲର ୩୧ତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବ ରୟାଲ୍ ଚାଲେଞ୍ଜର୍ସ (ଆରସିବି)କୁ ବୃହତ୍ ୮ ୱିକେଟରେ ପରାସ୍ତ କରିଛି। ଏଥିସହ ଦଳ ଚଳିତ ଆଇପିଏଲରେ ଆରସିବି ବିପକ୍ଷରେ ଅପରାଜେୟ ରହିଛି। ଗୁରୁବାର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆର୍ସିବି ନିର୍ଦ୍ଧାରିତ ଓଭର୍ରେ ୬ ୱିକେଟ୍ ବିନିମୟ ହରାଇ ୧୭୧ ରନ୍ କରିଥିଲା। ଜବାବରେ ପଞ୍ଜାବ ମାତ୍ର ୨ଟି ୱିକେଟ୍ ବିନିମୟରେ ୧୭୭ ରନ୍ କରି ଅଷ୍ଟମ ମ୍ୟାଚ୍ରେ ଦ୍ୱିତୀୟ ବିଜୟ ହାସଲ କରିଥିଲା। ସଂସ୍କରଣର ପରବର୍ତ୍ତୀ ମ୍ୟାଚ୍ ଶୁକ୍ରବାର ଆବୁଧାବିଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ।
ପ୍ରଥମେ ବ୍ୟାଟିଂ କରିବା ପରେ ଦୁଇ ଓପନରଙ୍କଠାରୁ ଆରସିବି ୩୮ ରନ୍ ପାଇଥିଲା। ଓପନର ଦେବଦତ୍ତ ପାଡିକଲ୍ ୧୨ ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୮ ରନ୍ କରି ଆଉଟ୍ ହେବା ପରେ ତାଙ୍କ ଯୋଡ଼ିଦାର ଆରୋନ୍ ଫିଞ୍ଚ୍ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୦ ରନ୍ କରିଥିଲେ। ପରେ ବ୍ୟାଟିଂ ଅର୍ଡରରେ ପ୍ରମୋସନ ପାଇଥିବା ୱାଶିଂଟନ୍ ସୁନ୍ଦର ମାତ୍ର ୧୩ ରନ୍ କରିଥିବା ବେଳେ ଶିବମ୍ ଦୁବେ ୨ଟି ଛକା ସହ ୨୩ ରନ୍ କରିଥିଲେ। ସେହିପରି ଏବି ଡିଭିଲିୟର୍ସ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ର୍ହେ ଅଧିନାୟକ କୋହଲି ୩ଟି ଚୌକା ସହ ୪୮ ରନ୍ ଏବଂ କ୍ରିସ୍ ମୋରିସ୍ ୩ଟି ଛକା ଓ ଗୋଟିଏ ଚୌକା ମାଧ୍ୟମରେ ଦ୍ରୁତ ୨୫ ରନ୍ କରିବା ଫଳରେ ଦଳ ୧୭୧ ରନ୍ କରିଥିଲା। ପଞ୍ଜାବ ପକ୍ଷରୁ ମହମ୍ମଦ ସମି ଓ ମୁରୁଗାନ୍ ଅଶ୍ୱିନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଦ୍ୱିତୀୟରେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗରୱାଲ ୭୮ ରନ୍ ଯୋଡ଼ିଥିଲେ। ମୟଙ୍କ ୪ଟି ଚୌକା ଓ ୩ଟି ଛକା ସହାୟତାରେ ମାତ୍ର ୨୫ଟି ବଲରେ ୪୫ ରନ୍ କରି ଆଉଟ୍ ହେବା ପରେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳିଥିବା କ୍ରିସ୍ ଗେଲଙ୍କ ସହ ରାହୁଲ୍ ଦ୍ୱିତୀୟ ୱିକେଟରେ ୯୩ ରନ୍ ଯୋଡ଼ି ଦଳକୁ ବିଜୟ ନିକଟତର କରାଇଥିଲେ। ଗେଲ ରନଆଉଟ୍ ହେବାପରେ ଶେଷ ବଲରେ ନିକୋଲାସ୍ ପୂରନ ଛକା ଲଗାଇ ଦଳକୁ ବୀଜୟୀ କରିଥିଲେ। ରାହୁଲ୍ ଗୋଟିଏ ଚୌକା ଓ ୫ଟି ଛକା ସହ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ୧୭୧/୬ (୨୦ ଓଭର୍)
ଆରୋନ୍ ଫିଞ୍ଚ୍-ବୋ. ମୁରୁଗାନ୍ ଅଶ୍ୱିନ-୨୦, ଦେବଦତ୍ତ ପାଡିକଲ୍-କ୍ୟା. ପୂରନ୍ ବୋ. ଅର୍ଶଦୀପ ସିଂ-୧୮, ବିରାଟ କୋହଲି-କ୍ୟା. ରାହୁଲ୍ ବୋ. ସମି-୪୮, ୱାଶିଂଟନ୍ ସୁନ୍ଦର-କ୍ୟା. କ୍ରିସ୍ ଜୋର୍ଡାନ୍ ବୋ. ଅଶ୍ୱିନ୍-୧୩, ଶିବମ୍ ଦୁବେ କ୍ୟା. ରାହୁଲ୍ ବୋ. କ୍ରିସ୍ ଜୋର୍ଡାନ୍-୨୩, ଏବି ଡିଭିଲିୟର୍ସ-କ୍ୟା. ଦୀପକ ହୁଡା ବୋ. ସମି-୨, କ୍ରିସ ମୋରିସ -ଅପରାଜିତ-୨୫, ଇଶୁରୁ ଉଡାନା-ଅପରାଜିତ-୧୦, ଅତିରିକ୍ତ-୧୨।
ୱିକେଟ୍ ପତନ: ୩୮/୧, ୬୨/୨, ୮୬/୩, ୧୨୭/୪, ୧୩୪/୫, ୧୩୬/୬
ବୋଲିଂ ବିଶ୍ଳେଷଣ:

ଗ୍ଲେନ୍ ମ୍ୟାକ୍ସୱେଲ୍: ୪-୦-୨୮-୦, ମହମ୍ମଦ ସମି: ୪-୦-୪୫-୨, ଅର୍ଶଦୀପ ସିଂ: ୨-୦-୨୦-୧, ରବି ବିଷ୍ଣୋଇ-୩-୦-୨୯-୦, ମୁରୁଗାନ୍ ଅଶ୍ୱିନ୍: ୪-୦-୨୩-୨, କ୍ରିସ୍ ଜୋର୍ଡାନ୍:୩-୦-୨୦-୧।
କିଙ୍ଗସ ଏକାଦଶ ପଞ୍ଜାବ: ୧୭୭/୨ (୨୦ ଓଭର୍)
ଲୋକେଶ ରାହୁଲ୍-ଅପରାଜିତ-୬୧, ମୟଙ୍କ ଅଗରୱାଲ୍-ବୋ. ଚହଲ୍ ୪୫, କ୍ରିସ୍ ଗେଲ୍-ରନ୍ଆଉଟ୍-୫୩, ନିକୋଲାସ୍ ପୂରନ୍-ଅପରାଜିତ-୬, ଅତିରିକ୍ତ-୧୨।
ୱିକେଟ୍ ପତନ: ୭୮/୧, ୧୭୧/୨।