ଅଭିଯୋଗ ହୋଇଛି ଯେ ସୋନୁ ସୁଦ ସକାଲେ ମୋଗାର ଲ୍ୟାଣ୍ଡକେ ମତଦାନ କେନ୍ଦ୍ରକୁ ଯିବାବେଳେ ତାଙ୍କ ଭଉଣୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହି ସମୟରେ ନିର୍ବାଚନ ଆୟୋଗର ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶରେ ତାଙ୍କୁ ଅଟକାଇ ପୋଲିସ ତାଙ୍କ ଗାଡି ଜବତ କରିଛି। ପରେ ତାଙ୍କୁ ପୋଲିସ ଗାଡିରେ ଘରକୁ ପଠାଯାଇଥିଲା ଏବଂ ମତଦାନ ଶେଷ ନହେବା ପର୍ଯ୍ୟନ୍ତ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପକ୍ଷରେ ଅଭିନେତା ସୋନୁ ସୁଦ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ।