ପଞ୍ଜାବରେ କମିଲା ବିଜୁଳି ଦର

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଦୀପାବଳୀ ପୂର୍ବରୁ ପଞ୍ଜାବବାସୀଙ୍କୁ ଉପହାର ଭେଟିଛନ୍ତି। ରାଜ୍ୟରେ ବିଜୁଳି ଦର ୟୁନିଟ ପିଛା ୩ ଟଙ୍କା କାଟିବାକୁ ନେଇ ଘୋଷଣା କରାଯାଇଛି। ଏହାଦ୍ୱାରା ସମଗ୍ର ଦେଶରେ ସବୁଠୁ ଶସ୍ତା ବିଜୁଳି ପଞ୍ଜାବରେ ମିଳିବ ବୋଲି ଚନ୍ନୀ ଦାବି କରିଛନ୍ତି। ବିଜୁଳି ଦର ହ୍ରାସ କରିବାକୁ ନେଇ ପଞ୍ଜାବ ସରକାର ଆଜି କ୍ୟାବିନେଟ ବୈଠକ ଡକାଇଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, ବିଜୁଳି ଦର ହ୍ରାସ କରିବାକୁ ନେଇ ଆମେ ଏକ ସର୍ଭେ କରିଥିଲୁ। ଏଥିରେ ପଞ୍ଜାବ ଲୋକଙ୍କୁ ୩୦୦ ୟୁନିଟ ଫ୍ରୀ ବିଜୁଳି ନା ଶସ୍ତା ବିଜୁଳି ଦରକାର ବୋଲି ପଚାରିଥିଲୁ। ଅଧିକାଂଶ ଲୋକ ଶସ୍ତା ବିଜୁଳି ଦରକାର ବୋଲି କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆମେ ବିଜୁଳି ଦର ଦ୍ରାସ କରିଦେଲୁ।