ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ଆଜି ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନଭଜୋତ ସିଂହ ସିଦ୍ଧୁଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଯଦି କୌଣସି ପ୍ରସଙ୍ଗକୁ ନେଇ ମତଭେଦ ରହିଛି ତେବେ ଆସନ୍ତୁ କଥା ହେବା ବୋଲି ସିଦ୍ଧୁଙ୍କୁ ଚରଣଜୀତ କହିଛନ୍ତି।
ଚଣ୍ଡୀଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, ନିଯୁକ୍ତି ଓ ବିଭାଗକୁ ନେଇ ଯଦି କାହାରି କୌଣସି ଆପତ୍ତି ଥାଏ ତେବେ ତାକୁ ଠିକ୍ କରାଯାଇ ପାରିବ। ମୋର କୌଣସି ଅହଂ ଭାବେ ନାହିଁ। ମୁଁ ଆଲୋଚନା କରିବା ଲାଗି ପ୍ରସ୍ତୁତ ଅଛି। ପଞ୍ଜାବ ସହ ଜଡ଼ିତ କୌଣସି ପ୍ରସଙ୍ଗକୁ ଦବା ଯାଇପାରିବ ନାହିଁ।