ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ପୁରୀ,ଏନ୍ଏନ୍ଏସ୍: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୁରୀସ୍ଥିତମଙ୍ଗୁ ମଠକୁ ଉଚ୍ଛେଦ ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହ ଏକ ଟ୍ୱିଟ୍‍କରି କହିଛନ୍ତି ଯେ ଗୁରୁ ନାନକଙ୍କ ଐତିହ୍ୟ ସହିତ ଏହି ମଠ ଜଡ଼ିତ। ତେଣୁ ଏହାର ସୁରକ୍ଷା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଅମରିନ୍ଦର ସିଂହ କହିଛନ୍ତି।