ଆଇପିଏଲ୍‌: ଚେନ୍ନାଇର ହ୍ୟାଟ୍ରିକ୍‌ ପରାଜୟ; ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ପରେ ରାହୁଲ ଚହର କଲେ କମାଲ, ଜିତିଲା ପଂଜାବ

ମୁମ୍ବାଇ,ଏଜେନ୍ସି: ଚେନ୍ନାଇ ସୁପର କିଙ୍ଗ୍‌ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ହ୍ୟାଟ୍ରିକ୍‌ ପରାଜୟର ଶିକାର ହୋଇଛି। ମୁମ୍ବାଇରେ ରବିବାର ଖେଳା ଯାଇଥିବା ମ୍ୟାଚ୍‌ରେ ପଂଜାବ ଠାରୁ ୫୪ ରନ୍‌ରେ ପରାସ୍ତ ହୋଇଛି। ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲଂ ନିଷ୍ପତ୍ତି ନେଇଥିଲା। ପଂଜାବ ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୮୦ ରନ୍‌ କରିଥିଲା। ଜବାବରେ ରବୀନ୍ଦ୍ର ଜାଦେଜାଙ୍କ ଟିମ୍‌ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୬ ରନ୍‌ ସଂଗ୍ରହ କରିଥିଲା।

ପଂଜାବର ବିଜୟରେ ଲିଭିଙ୍ଗ୍‌ଷ୍ଟୋନ୍‌ଙ୍କ ବଡ଼ ଭୂମିକା ରହିଛି। ସେ ୬୦ଟି ବଲ୍‌ ଖେଳି ୩୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୫ଟି ଚୌକା ଓ ୫ଟି ଛକା ମାରିଥିଲେ। ପଂଜାବର ବୋଲର ରାହୁଲ ଚହରଙ୍କ ମଧ୍ୟ ବଡ଼ ଅବଦାନ ରହିଥିଲା। ସେ ୪ ଓଭର ବୋଲିଂ କରି ୬.୨୦ ହାରରେ ୨୫ ରନ୍‌ ଦେଇଥିଲେ। କିନ୍ତୁ ଜବାବରେ ରାହୁଲ ୩ଟି ୱିକେଟ ନେଇଥିଲେ। ଲିଆମ ଲିଭିଂଷ୍ଟୋନ୍‌ ଓ ବୈଭବ ଅରୋରାଙ୍କୁ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କାଗିସୋ ରାବଡ଼ା, ଅର୍ଶଦୀପ ସିଂହ ଓ ଓଡେନ୍‌ ସ୍ମିଥ ଚେନ୍ନାଇର ଜଣେ ଲେଖାଏଁ ଖେଳାଳିଙ୍କୁ ଆଉଟ୍‌ କରିଥିଲେ।

ଗତଥର ଆଇପିଏଲ୍‌ ଚମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଚଳିତ ସଂସ୍କରଣରେ ଏର୍ପ୍ୟନ୍ତ ୩ଟି ମ୍ୟାଚ ଖେଳଛି। କିନ୍ତୁ ଟିମ୍‌ ସବୁ ମ୍ୟାଚ ହାରିଛି। ପ୍ରଥମ ମ୍ୟାଚରେ କୋଲକାତା ଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଥିଲା ବେଳେ ୨ୟ ମ୍ୟାଚରେ ଲକ୍ଷ୍ନୌ ଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। ଏବେ ଚେନ୍ନାଇ ଟିମ୍‌ ପଂଜାବ ଠାରୁ ୫୪ ରନ୍‌ରେ ମ୍ୟାଚ ହାରିଛି। ଲିଗ୍‌ ପର୍ଯ୍ୟାୟରେ ଚେନ୍ନାଇ ଆହୁରି ୧୧ଟି ମ୍ୟାଚ ଖେଳିବ।