ବେଙ୍ଗାଲୁରୁ,ଏଜେନ୍ସି: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଆଜି ଅନ୍ତିମ ସଂସ୍କାର ହେବ। ଶ୍ରୀ କାନ୍ତୀରାୱା ଷ୍ଟାଡିୟମ୍ରେ ପୁନିତଙ୍କ ଅନ୍ତିମ ସଂସ୍କାର ହେବ। ଏଥି ପାଇଁ ପୁନିତଙ୍କ ପାର୍ଥୀବ ଶରୀର ଅନ୍ତିମ ସଂସ୍କାର ପୂର୍ବରୁ ମୁଖ୍ୟମନ୍ତ୍ରୀ, ପରିବାର ଲୋକେ, ପ୍ରଶଂସକ ଅନ୍ତିମ ଦର୍ଶନ କରିଛନ୍ତି। ଅନ୍ତିମ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମଇ ଉପସ୍ଥିତ ଅଛନ୍ତି।
ପୁନୀତ ରାଜକୁମାରଙ୍କ ଝିଅ ଆମେରିକାରେ ରୁହନ୍ତି। ନିଜର ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ ପୁନୀତଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ନାନର ସହିତ ହେବ। ସୂଚନାଯୋଗ୍ୟ ପୁନୀତ ରାଜକୁମାରଙ୍କ ଶୁକ୍ରବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଥିଲା। ଷ୍ଟାର ପୁନୀତ ରାଜକୁମାରଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ପ୍ରଶଂସକମାନେ ପ୍ରବଳ ଭିଡ ଲଗାଇଥିଲେ। ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେବାପରେ ଆଖିରୁ ଲୁହ ଗଡ଼ିଯାଉଥିବ।
ସୂଚନାଯୋଗ୍ୟ ଅଭିନେତା ପୁନୀତ ୪୬ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି। ପୁନୀତଙ୍କ କ୍ୟାରିୟର ଶିଶୁ କଳାକାର ଭାବେ ଆରମ୍ଭ ହୋଇଥିଲା। ୧୯୮୫ ମସିହରେ ବେଟ୍ଟାଡା ହୋବୁ ମାଧ୍ୟମରେ ସେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଏହି ଭୂମିକା ପାଇଁ ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ପାଇଥିଲେ। ସେ ଶେଷଥର ପାଇଁ ସୁୱରତଥନାରେ ଭୂମିକା ନିଭାଇଥିଲେ। ଦର୍ଶକମାନେ ତାଙ୍କର ଦ୍ବାରା ଅଭିନୀତ ଏହି ଫିଲ୍ମକୁ ବହୁତ ଭଲ ପାଇଥିଲେ। ଚଳିତ ବର୍ଷ ଏହି ଫିଲ୍ମ ରିଲିଜ କରିଥିଲା।