ଶନିବାର ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଚର୍ତୁପାର୍ଶ୍ବ ଉଚ୍ଛେଦ ଓ ସୌନ୍ଦର୍ଯ୍ୟକରଣ କାମ

ପୁରୀ,ଏନ୍ଏନ୍ଏସ୍: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଅନେକ ଉନ୍ନୟନମୂଳକ କାମ ପଡ଼ିରହିଛି। ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ବନ୍ଦ ପଡ଼ି ରହିଥିଲା। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରିତ ତଥା ଗୋଷ୍ଠୀ ସଂକ୍ରମଣ ପରିମାଣ କମ ଥିବାରୁ ରାଜ୍ୟ ସରକାର ଏହି କାମ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି।

ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସୂଚନା ଦେଇଛନ୍ତି। ତେବେ ଏହି କାର୍ଯ୍ୟ ଶନିବାର ଠାରୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଯୋଗୁଁ ଗତ ୨ ମାସ ଧରି ପୁରୀ ଶ୍ରୀମନ୍ଦିରର ଚର୍ତୁପାର୍ଶ୍ବ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ବନ୍ଦ ରହିଥିଲା। ଏଥିସହ ଭୁବନେଶ୍ୱରରେ ମଧ୍ୟ ବନ୍ଦ ପଡ଼ି ରହିଥିବା କାର୍ଯ୍ୟକୁ ପୁଣି ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି।