ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

ଭୁବନେଶ୍ୱର ,ଏନ୍ଏନ୍ଏସ୍ : ପୂଜା ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ଅତିରିକ୍ତ ବ୍ୟର୍ଥ ସୃଷ୍ଟି କରାଯାଇଛି।। ନିୟମିତ ଚାଳଚଳ କରୁଥିବା ଟ୍ରେନ ମାନଙ୍କରେ ପ୍ରତିକ୍ଷା ସୂଚିକ ଏଡ଼ାଇବା ପାଇଁ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ ଗୁଡ଼ିକରେ ଟିକଟ ବୁକ କରିପାରିବେ। ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହାମଧ୍ୟ ଦେଇ ବିଭିନ୍ନ ପ୍ରାନ୍ତରୁ ସ୍ୱତନ୍ତ୍ର ଟ୍ରେନ ଚାଳଚଳର ବ୍ୟବସ୍ଥା କରାଯାଇ ଅତିରିକ୍ତ ବ୍ୟର୍ଥ ସୃଷ୍ଟି କରାଯାଇପାରିଛି।
ଏହି ଟ୍ରେନ ଗୁଡ଼ିକ ହେଲା : ପୁରୀ-ସନ୍ତ୍ରାଗାଛି(ହାୱାଡା)-ପୁରୀ ସ୍ୱତନ୍ତ୍ର ଟ୍ରେନ, ପୁରୀ ସାଲିମାର(ହାୱାଡା)-ପୁରୀ ସ୍ୱତନ୍ତ୍ର ଟ୍ରେନ, ଭୁବନେଶ୍ୱର -ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କାଚେଗୁଡ଼ା, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ସିକନ୍ଦରାବାଦ-ଭୁବନେଶ୍ୱର-ସିକନ୍ଦରାବାଦ, ସମ୍ବଲପୁର-ବସନୱାଡି-ସମ୍ବଲପୁର, ହବିବଗଞ୍ଜ-ପୁରୀ-ହବିବଗଞ୍ଜ ସ୍ୱତନ୍ତ୍ର ଟ୍ରେନ ଏବଂ ସିଆଲଦା ଇତ୍ୟାଦି ଅର୍ନ୍ତଭୁକ୍ତ। ଏହା ବ୍ୟତିତ ପୂର୍ବତଟ ରେଳପଥ ପକ୍ଷରୁ ଏବଂ ଏହାର ପରୀଦିମା ମଧ୍ୟରେ ଯାତାୟତ କରୁଥିବା ନିୟମିତ ଟ୍ରେନ ଗୁଡ଼ିକରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ଅତିରିକ୍ତ କୋଚ ସଂଯୋଗ କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।