ଭାରତକୁ ଖୁବଶୀଘ୍ର ଫେରିପାରେ ‘ପବ ଜୀ’

ନୂଆଦିଲ୍ଲୀ: ଭାରତରେ ପୁଣିଥରେ ଫେରିବାକୁ ଯାଉଛି ପବ ଜୀ। ଏହି ମୋବାଇଲ ଗେମକୁ ଭାରତରେ ବ୍ୟାନ କରାଯିବା ପରେ ପବ ଜୀ କର୍ପୋରେସନ ଚୀନୀ କମ୍ପାନୀ ଟିନସେଣ୍ଟ ସହ ସବୁ ସମ୍ବନ୍ଧ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ କୋରିଆର ବ୍ଲୁ ହ୍ୱେଲ କମ୍ପାନୀ ପବ ଜୀକୁ ବିକଶିତ କରିଥିଲା। କିନ୍ତୁ ଏଥିରେ ଚୀନୀ କମ୍ପାନୀ ଟ୍ରେନସେଣ୍ଟର ଭାଗିଦାରୀ ରହିଛି। ପବ ଜୀକୁ ଏବେ ଭାରତରେ ଟେନସେଣ୍ଟ ଗେମ୍ସ ଦ୍ୱାରା ନୟନ୍ତ୍ରିତ କରାଯିବ ନାହିଁ। କାରଣ ଦକ୍ଷିଣ କୋରିଆନ କମ୍ପାନୀ ସମସ୍ତ ସହାୟକ କମ୍ପାନୀର ଦାୟିତ୍ୱ ନିଜ ହାତକୁ ନେବ। ଏହାର ଅର୍ଥ ଭାରତରେ ଖୁବଶୀଘ୍ର ପବ ଜୀକୁ ନେଇ ଲାଗିଥିବା ବ୍ୟାନ ହଟିଯାଇପାରେ।

ସୂଚନାଯୋଗ୍ୟ, ଭାରତ ନିକଟରେ ପବ ଜୀ ସମେତ ଆଉ ୧୧୮ଟି ଚୀନୀ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ଭାରତର ଅଖଣ୍ଡତା, ସୁରକ୍ଷା ଓ ସାର୍ବଜନିକ ବ୍ୟବସ୍ଥାକୁ ବିପଦରେ ପକାଉଛି ବୋଲି ଭାରତ ସରକାର ଆରୋପ ଲଗାଇଥିଲେ।