ସାମାଜିକ ଦୂରତା ପାଇଁ ଡିଜି, ଏଡିଜି ଓ ଏସପି ଜରୁରୀ ନ ହେଲେ ସାଙ୍ଗରେ ନେଉନାହାନ୍ତି ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାବେଳେ ରାଜ୍ୟର ଆଇପିଏସ ଅଧିକାରୀମାନେ ନିଜର ବ୍ୟକ୍ତିଗତ ପିଏସଓ ବା ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ହଟାଇ ଦେଇଛନ୍ତି ଅଥବା କମାଇ ଦେଇଛନ୍ତି । କେବଳ ଆଇନ ଶୃଙ୍ଖଳା ଭଲି ଜରୁରୀ ପରିସ୍ଥିତିରେ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କ ପିଏସଓଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି।

ଏଥିରେ ପୁଲିସ ଡିଜି ଅଭୟଙ୍କଠାରୁ ଆରମ୍ଭ କରି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ଅନେକ ସମୟରେ ଆଉଟ ଷ୍ଟେସନ ଗଲାବେଳେ ପିଏସଓଙ୍କୁ ସାଙ୍ଗରେ ନେଉନଥିବା ଜଣାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏଭଳି ନିଷ୍ପତି କରିଛନ୍ତି। ଥାନାଗୁଡିକରେ ଓ ପୁଲିସ ଭ୍ୟାନରେ ମଧ୍ୟ ଏହିପରି ସାମାଜିକ ଦୂରତା ରକ୍ଷା କରିବାକୁ ପୁଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ରହିଛି।