ପ୍ରଥମ ଥର ପାଇଁ ଚାନ୍ଦିପୁର ୩ ନମ୍ବର କ୍ଷେପଣାସ୍ତ୍ର ଘାଟିରୁ ହେଲା ପୃଥ୍ୱୀ-୨ ପରୀକ୍ଷଣ

ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ବୁଧବାର ପ୍ରଥମଥର ପାଇଁ ଅ।।ଣବିକ ଯୁଦ୍ଧାସ୍ତ୍ର ବହନ କରିପାରୁ ଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ ପଛକୁ ପଛ ଦୁଇ ଥର କରାଯାଇଛି। ଏହି ପରୀକ୍ଷଣ ୭ଟାରୁ ୭ଟା୧୫ମିନିଟ ମଧ୍ୟରେ ଦୁଇଥର କରାଯାଇଥିଲା। ପ୍ରଥମ ପରୀକ୍ଷଣ ୭ଟା୫ରେ ହୋଇଥିଲା। ତେବେ ଏହି ଦୁଇଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧାସ୍ତ୍ର କ୍ଷେପଣାସ୍ତ୍ର ବହନ କରିପାରୁୁ ଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଲକ୍ଷ୍ୟ ଭେଦି କ୍ଷମତା ୨୫୦କିମିରୁ ୩୫୦କିମି ଥିବା ବେଳେ ଏହାର ଲମ୍ବ ୮.୫୬ମିଟର ଏବଂ ମୋଟେଇ ୧୧୦ସେମି। ଏହାର ୧୯୯୬ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବା ବେଳେ ଏହାକୁ ପୂର୍ବରୁ ସେନାବାହିନୀରେ ସାମିଲ କରାଯାଇ ସାରିଛି।