ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରତ୍ୟାଶା ରାୟ ମଧ୍ୟପ୍ରଦେଶର ଭୋପାଳଠାରେ ଚାଲିଥିବା ସିବିଏସଇ ନ୍ୟାସନାଲ ସ୍ୱିମିଂ ଚାମ୍ପିଅନଶିପରେ ଦ୍ୱିତୀୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ୫୦ ମିଟର ବ୍ୟାକ୍ ଷ୍ଟ୍ରୋକରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହିି ଦୂରତାକୁ ସେ ୩୧.୯୦ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବୁଧବାର ଅନୁଷ୍ଠିତ ୫୦ ମିଟର ବଟରଫ୍ଲାଇ ଇଭେଣ୍ଟକୁ ସେ ୩୧.୨୮ ସେକେଣ୍ଡରେ ଅତିକ୍ରମ କରି ପ୍ରଥମସ୍ଥାନ ଅଧିକାର କରି ପ୍ରଥମ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ।