ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ

ରାମନାଗୁଡା,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପରିସରରେ ଅଲିଭା ସଂଗଠନ, ଟିଏଚପି ଇଣ୍ଡିଆ ଓ ଶକ୍ତି ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୋସାଇଁ ଗୁଲୁମୁଣ୍ଡା ସରପଞ୍ଚ ଦେବୀ ନିମାଲା, ବିଡିଓ ବେଣୁଧର ଶବର ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।

ଏହି ଗାଡ଼ି ରାମନାଗୁଡା ବ୍ଲକର ୧୨ଟି ପଞ୍ଚାୟତ ଭ୍ରମଣ କରି କରୋନା ମୁକାବିଲା ସକାଶେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ। ଏହି କ୍ରମରେ ୩୦୦ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ତେବେ ପ୍ରଥମ ଦିନରେ ପାରିଖିତି ପଞ୍ଚାୟତର ପାରିଖିତି ଠାରେ ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ସୁବାରାଓ ନିଶିକା ପ୍ରମୁଖ ଉପସ୍ଥିତ ରହି ଅସହାୟଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏହି କାର୍ୟ୍ୟକ୍ରମକୁ ପଞ୍ଚାନନ ଘଡେଇ, ମନୋଜ ଷଡ଼ଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ।