କରୋନା ଯୋଦ୍ଧାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଶୋଭାଯାତ୍ରା

ମାଲକାନଗିରି,ଏନ୍ଏନ୍ଏସ୍: ପଞ୍ଚାୟତ କୋଭିଡ କେୟାର ହୋମର କରୋନା ଯୋଦ୍ଧାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ କୋଭିଡ ୱାରିଅର ଚିଟେଡ ଫୋରମ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଫୋରମର ରାଜ୍ୟ ସଭାପତି ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶତାଧିକ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲା ଦୌରାଜର୍ଜ କୋର୍ଟଠାରୁ ଏକ ଶୋଭାଯାତ୍ରାରେ ବାହାରି ସର୍କିଟ ହାଉସ୍ ଠାରେ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ ଡ.ୱାଇ ବିଜୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୨ ଦଫା ସମ୍ମଳିତ ଦାବିପତ୍ର ପ୍ରଦାନ କରିଥିଲେ।

ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା, କରୋନା ଯୋଦ୍ଧାମାନଙ୍କୁ ଛୋଟେଇ ନ କରିବା ସହ କୋଭିଡ କେୟାର ହୋମକୁ ପଞ୍ଚାୟତ ହେଲ୍ଥ କେୟାର ହୋମରେ ରୁପାନ୍ତରୀତ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଫୋରମ ଦାବି କରିଛି। ସରକାର ତୁରନ୍ତ ଦାବି ପୂରଣ ନ କଲେ ଡିସେମ୍ବର ୧୫ ତାରିଖଠାରୁ ଭୂନନେଶ୍ୱରଠାରେ ଗଣ ବିକ୍ଷୋଭ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ହୋତା ପ୍ରକାଶ କରିଛନ୍ତି।