ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ପ୍ରୋଟିନ ସ୍ନାକ୍ସ

ସକାଳର ଜଳଖିଆ ପେଟ ଭରି ଖାଇବାକୁ ପରାମର୍ଶ ଦିଆଯାଏ। ଯାହାକୁ ଆମେ କିଙ୍ଗ୍ ସାଇଜ୍ ବୋଲି କହନ୍ତି ଓ ରାତିରେ ହାଲୁକା ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ସେଥିପାଇଁ ଲୋକମାନେ ସକ୍ରିୟ ରହିବାକୁ ସକାଳେ ହାଇପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଥାନ୍ତି। କିନ୍ତୁ ଏବେ ଏକ ନୂଆ ଅଧ୍ୟୟନ ଦ୍ୱାରା ଜଣାପଡ଼ିଛି ରାତିରେ ଶୋଇବା ପୂର୍ବରୁ ପ୍ରୋଟିନ୍ ଯୁକ୍ତ ସ୍ନାକ୍ସ ସ୍ୱାସ୍ଥ୍ୟ ପକ୍ଷେ ଖରାପ ନୁହେଁ।

ଜର୍ଣ୍ଣାଲ ‘ନ୍ୟୁଟ୍ରିସନ୍’ରେ ପ୍ରକାଶିତ ଏହି ଅଧ୍ୟୟନରେ ରାତିରେ ଅଧିକ ଖାଉଥିବା, ଓଜନ ବଢୁଥିବା ଓ ମେଟାବୋଲିଜମ୍ ସମୟ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ଅଧ୍ୟୟନ କରାଯାଇଥିଲା ଓ ସକ୍ରିୟ ଜୀବନଶୈଳୀ ବିତଉଥିବା ମହିଳାମାନଙ୍କୁ ସାମିଲ କରାଯାଇଥିଲା। ଅଧ୍ୟୟନ ଅନୁସାରେ ଦିନ ଅପେକ୍ଷା ରାତିର ପ୍ରୋଟିନ ଯୁକ୍ତ ଖାଦ୍ୟ ରାତିସାରା ଚାଲୁଥିବା ପାଚନ ପ୍ରକ୍ରିୟା ଓ ବେଲି ଫ୍ୟାଟ୍ ମେଟାବୋଲିଜମ୍ ଉପରେ ପ୍ରତିକୂଳ ପ୍ରଭାବ ପକାଏ ନାହିଁ। ସାଧାରଣତଃ ଲୋକମାନଙ୍କର ଧାରଣା ରାତିରେ ଶୋଇବା ପୂର୍ବରୁ ଖାଇଥିବା ଖାଦ୍ୟ ମେଟାବୋଲିଜମ୍ରେ ସମସ୍ୟାର କାରଣ ହୋଇପାରେ ଓ ଓଜନ ବଢ଼ାଇପାରେ।

ରିସର୍ଚ୍ଚ ଟିମ୍ ମହିଳା ପ୍ରଶିକ୍ଷକ ଓ ପ୍ରୋଟିନ ନେଉଥିବା ଦୁଇଟି ସ୍ଥିତିକୁ ନେଇ ଅଧ୍ୟୟନ କରିଥିଲେ। ପ୍ରଥମ ସ୍ଥିତିରେ ମହିଳାମାନେ ୱାର୍କ ଆଉଟ୍ରେ ୩୦ ମିନିଟ୍ ପରେ ପ୍ରୋଟିନ ଶେକ୍ ପିଇବାକୁ ଦିଆଯାଉଛି ଓ ରାତିରେ ଶୋଇବାର ୩୦ ମିନିଟ୍ ପୂର୍ବରୁ ପ୍ଲେସବୋ ଶେକ୍ ଦିଆଗଲା। ଦ୍ୱିତୀୟ ସ୍ଥିତିରେ ମହିଳା ପ୍ରଶିକ୍ଷକଙ୍କ ସହିତ ଏହାର ବିପରୀତ କାମ କରିଲେ। ତେଣୁ ଚିକିତ୍ସା ବିଜ୍ଞାନର ଡାକ୍ତରଙ୍କ ଅନୁସାରେ ଯେଉଁ ମହିଳାମାନେ ଜିମ୍ ବା ଶାରୀରିକ ଗତିବିଧି ଉପରେ ଗୁରୁତ୍ୱ ଦେଇଛନ୍ତି ସେମାନେ ଦିନରେ ପ୍ରୋଟିନ୍ ଶେକ୍ ପିଅନ୍ତୁ ବା ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ତାଙ୍କର ଫ୍ୟାଟ୍ ମେଟାବୋଲିଜିମ୍ ଓ ପୂରା ଶରୀରର ଫ୍ୟାଟ୍ ବର୍ନ ପ୍ରକ୍ରିୟାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେଣୁ ଶୋଇବା ପୂର୍ବରୁ ରାତିରେ ଆପଣ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ ଓ ଆପଣଙ୍କର ଫ୍ୟାଟ୍ ମେଟାବୋଲିଜମ୍ ମଧ୍ୟ ପ୍ରଭାବିତ ହେବ ନାହିଁ।