ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି। ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ଅନୁମତି ପାଇଁ ପ୍ରସ୍ତାବ ଦିଆଯାଇଛି। ତେବେ ଓଡ଼ିଶା ପରି ଅନ୍ୟ ରାଜ୍ୟମାନେ ମଧ୍ୟ ଏଭଳି ପ୍ରସ୍ତାବ ଦେଇଥିବାବେଳେ ଏଗୁଡ଼ିକ ବିଚାରାଧୀନ ରହିଛି।

ରାଜଧାନୀ ଭୁବନେଶ୍ୱରରେ ଏମସ ମେଡ଼ିକାଲ ରହିଥିଲେ ସୁଦ୍ଧା ବହୁ ଦୂରରୁ ରାଜ୍ୟବାସୀ ସେଠାକୁ ଯାଇ ପାରୁନାହାନ୍ତି। ଫଳରେ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାର ହେଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।