କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସାହୁଙ୍କ ସହକାରୀ ଯନ୍ତ୍ରୀ ଭାବରେ ପଦୋନ୍ନତି ହୋଇଛି। ଶ୍ରୀ ସାହୁଙ୍କ ପଦୋନ୍ନତି ଡିଆରଡିଏ ପତ୍ର ସଂଖ୍ୟା ୮୨୪୫ରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସେ ଦୀର୍ଘଦିନ ଧରି ପାଟଣା ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେ ପଦୋନ୍ନତି ପାଇବା ପରେ ତାଙ୍କୁ ଆଜି ପାଟଣା ବ୍ଲକ କାର୍ଯ୍ୟାଳୟରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ।