ଯାଜପୁର,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱର ଅଶୀଟି ଦେଶର ପ୍ରମୁଖ ସଂଗଠକ ମାନଙ୍କୁ ନେଇ ବର୍ଷର ବିଭିନ୍ନ ସମୟରେ “ଵେଷ୍ଟ ଡିପ୍ଲୋମାଟ୍ସ ଯୁନାଇଟେଡ଼ ନେସନ୍ସ ସିମୁଲେସନ କନଫରେନ୍ସ” କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ଡିସେମ୍ବର ମାସ ଏହି କାର୍ଯ୍ୟକ୍ରମ ଇଜିପ୍ଟ ଦେଶରେ ଏବଂ ଆଗାମୀ ବର୍ଷ ଜାନୁଆରୀ ମାସ ମାଲେସିଆ ଓ ମଇ ମାସ ଦୁବାଇରେ ହେବାକୁ ଯାଉଅଛି । ଏହି ୩ଟି ଦେଶରେ ଆୟୋଜିତ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବାବଲପୁର ଗ୍ରାମର ଆନ୍ତର୍ଜାତିକ ଲୋକ ସଙ୍ଗଠକ ତଥା ଯୁବ ଅଧ୍ୟାପକ ଚିନ୍ମୟ ଦାଶ ଭରତରୁ ପ୍ରତିନିଧିତ୍ବ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ରାଜ୍ୟ ତଥା ଯାଜପୁରର ଗର୍ବ ।
ଚିନ୍ମୟଙ୍କ ମାନସ ସନ୍ତାନ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ଶ୍ରୀଯୁକ୍ତ ଦାଶ ବାବଲପୁର ନାମକ ଏକ ଅଖ୍ୟାତ ପଲ୍ଲୀରୁ ନିଜର ଅଭିଯାନ ଆରମ୍ଭକରି ସମାଜସେବା, ଓ ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଫାଉଣ୍ଡେସନର ସମସ୍ତ କର୍ମକର୍ତା, ଗ୍ରାମବାସୀ ତଥା ହିତାକାଂକ୍ଷୀଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି ।