ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସଞ୍ଜୟ କୁମାର ନାୟକ

କଟକ,ଏନ୍ଏନ୍ଏସ୍: ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସଞ୍ଜୟ କୁମାର ନାୟକ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ଗଣେଷୀ ଲାଲ ତାଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ସଞ୍ଜୟ କୁମାରଙ୍କର ୩୪ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୩୫ଟି ବହି ମଧ୍ୟ ଲେଖିଛନ୍ତି। ଏବେ ସେ ଚେନ୍ନାଇ ସିପେଟର ମହାନିର୍ଦ୍ଦେଶକ ଅଛନ୍ତି।