ପ୍ରୋ କବାଡି ଲିଗ୍-୨୦୧୯: ଜୟପୁର ପିଙ୍କ ପ୍ୟାନ୍ଥର୍ସ ସହିତ ୟୁପି ୟୋଦ୍ଧା

ନୂଆଦିଲ୍ଲୀ: ପ୍ରୋ କବାଡ଼ି ଲିଗ୍ ସିଜନ ୭ ଚାଲିଥିବାବେଳେ ସୋମବାର ଏହାର ୯୩ ଓ ୯୪ତମ ମ୍ୟାଚ୍ ଅନୁଷ୍ଠିତ ହେବ। ଏଥିରେ ଜୟପୁର ପିଙ୍କ ପ୍ୟାନ୍ଥର୍ସ ସହିତ ୟୁପି ୟୋଦ୍ଧା ଓ ତେଲଗୁ ଟାଇଟନ୍ସ ସହ ଦବଙ୍ଗ ଦିଲ୍ଲୀ ଖେଳିବେ।

ଏହି ଲିଗ୍ରେ ଜୟପୁର ୧୫ଟି ମ୍ୟାଚ୍ ଖେଳି ୭ଟି ଜିତିଥିବାବେଳେ ୭ଟି ହାରିଛି ଓ ଅନ୍ୟଏକ ମ୍ୟାଚ୍ ଡ୍ର ରହିଛି। ଏହି ପରିପ୍ରେକ୍ଷୀରେ ୟୁପି ୧୪ଟି ମ୍ୟାଚ୍ ଖେଳିଥିବାବେଳେ ୭ଟି ମ୍ୟାଚ୍ ଜିତିଥିବାବେଳେ ୫ଟି ହାରିଛି ଓ ୨ଟି ଡ୍ର ରହିଛି।

ସେହିପରି ତେଲଗୁ ଟାଇଟନ୍ସର ସ୍ଥିତି ଖରାପ ରହିଛି। ସେ ର୍ୟାଙ୍କ ଟେବୁଲରେ ୧୧ ନଂରେ ରହିଛି। ସେ ୧୪ଟି ମ୍ୟାଚ୍ ଖେଳିଥିବାବେଳେ ୮ଟି ମ୍ୟାଚ୍ ହାରିଛି ଓ ୨ଟି ଡ୍ର ଅଛି। ଅନ୍ୟପଟେ ଦବଙ୍ଗ ଦିଲ୍ଲୀ ୧୫ଟି ମ୍ୟାଚ୍ ଖେଳିଥିବାବେଳେ ୧୨ଟି ଜିତିଛି ଓ ଗୋଟେ ଡ୍ର ରହିଛି।

ତେବେ ଏହି ଲିଗ୍ ମ୍ୟାଚ୍ରେ ଯେଉଁ ଟିମ୍ ପଏଣ୍ଟ ଟେବୁଲରେ ୬ନଂ ମଧ୍ୟରେ ରହିବ ସେ ପ୍ଲେ-ଅଫକୁ ଯିବ ବୋଲି ଜଣାଯାଇଛି।