ପ୍ରିୟଙ୍କା ଓ ନିକଙ୍କ ଘରେ ତୃତୀୟ ସଦସ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ବିଦେଶୀ ସ୍ୱାମୀ ନିକ୍ ଜୋନାସଙ୍କ ପରିବାରରେ ଏଣ୍ଟ୍ରି କରିଛି ତୃତୀୟ ସଦସ୍ୟ। ପ୍ରିୟଙ୍କା ଏହି ନୂଆ ସଦସ୍ୟଙ୍କ ଫଟୋ ଓ ଭିଡିଓ ବି ସେୟାର କରିଛନ୍ତି ସୋସିଆଲ୍ ମିଡିଆରେ। ଏ ଫଟୋ ଓ ଭିଡିଓ ଖୁବ୍ ଭାଇରାଲ୍ ବି ହେଉଛି।

ଆପଣମାନେ ଭାବୁଛନ୍ତି କି ପ୍ରିୟଙ୍କା ମା’ ହେଲେ? ଜମାରୁ ସେମିତି ଭାବନ୍ତୁ ନାହିଁ କି ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ। ଅସଲ କଥା ହେଉଛି, ପ୍ରିୟଙ୍କା ଓ ନିକ୍ଙ୍କ ପରିବାରରେ ପ୍ରବେଶ କରିଥିବା ଏହି ତୃତୀୟ ସଦସ୍ୟ ଜଣକ ହେଉଛି ସେମାନଙ୍କ ପ୍ରିୟ ପୋଷା କୁକୁର ଜିନୋ ଜୋନାସ୍। ଫଟୋ ଓ ଭିଡିଓ ସେୟାର୍ କରି ପ୍ରିୟଙ୍କା ଲେଖିଛନ୍ତି, ‘ଇନ୍ ଲଡ଼କୋଁ କେ ସାଥ୍ ୱାପସ୍ ଆଗୟେ। ଜିନୋ ଜୋନାସ୍ କା ଘର୍ ମେ ସ୍ୱାଗତ ହୈ।’ ଫଟୋରେ ଜିନୋ, ନିକଙ୍କ ସହିତ ମସ୍ତି କରୁଥିବା ଦେଖିବାକୁ ମିଳୁଛି। ଆପଣଙ୍କର ମନେଥିବ ଗତ ବର୍ଷ ଡିସେମ୍ବର ୧ ତାରିଖରେ ପ୍ରିୟଙ୍କା ଓ ନିକ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜିନୋକୁ ଘରକୁ ଆଣିବା ପୂର୍ବରୁ ପ୍ରିୟଙ୍କା ଓ ନିକ୍ ଆଉ ଏକ ପେଟ୍ ରଖିଥିଲେ, ଯାହାର ନାଁ ଥିଲା ‘ଡାୟନା’।