ଗଙ୍ଗୱାରଙ୍କ ବୟାନରେ ତାତିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣି ଥରେ ଅର୍ଥ ବ୍ୟବସ୍ଥା ଓ ରୋଜଗାରକୁ ନେଇ ମୋଦୀ ସରକାରଙ୍କୁ ଲକ୍ଷ ଭେଦ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ରବିବାର କେନ୍ଦ୍ରୀୟ ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ତାଙ୍କର ଚାକିରି ସମ୍ପର୍କିତ ରାୟ ଉପରେ ଆକ୍ଷେପ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଟ୍ୱିଟ୍‍ କରି କହିଛନ୍ତି ଯେ ୫ ବର୍ଷରେ କୌଣସି ନୂଆ ଚାକିରି ସୃଷ୍ଟି ହୋଇନଥିବାବେଳେ ଯେଉଁମାନଙ୍କର ଚାକିରି ଅଛି ସେମାନଙ୍କୁ ପଦବୀରୁ ହଟାଯାଉଛି। ଅନ୍ୟପଟେ ଯୁବକ ଯୁବତୀମାନେ ସରକାର ତାଙ୍କ ପାଇଁ କିଛି ଭଲ କରିବ ବୋଲି ଚାହିଁ ବସିଥିବାବେଳେ ତାଙ୍କୁ ନିରାଶ କରିଛନ୍ତି। ଅନ୍ୟପଟେ ଉତ୍ତର ଭାରତର ଅପମାନ କରି ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଏକ ଟ୍ୱିଟ୍‍ରେ କହିଛନ୍ତି। ସୂଚନା ଅନୁସାରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଶ୍ରୀ ଗଙ୍ଗଓ୍ୱାର ଉତ୍ତର ଭାରତରେ ଶିକ୍ଷିତ ଯୁବକ ଯୁବତୀଙ୍କ ଅଭାବ ଅଛି ବୋଲି କହିଥିଲେ। ଏଥିସହ ଦେଶରେ ରୋଜଗାରର ଅଭାବ ନାହିଁ ବରଂ ଯୋଗ୍ୟ ଲୋକଙ୍କ ଅଭାବ ଅଛି ବୋଲି କହିଥିଲେ।