ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶର ବାରବଙ୍କୀସ୍ଥିତ ହରଖ ବଜାରରୁ ୩ ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରିୟଙ୍କା ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ କଲେ କୃଷକଙ୍କ ଋଣ ଛାଡ଼ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି। ଏଥିସହିତ ଗହମ ଓ ଧାନ କ୍ୱିଣ୍ଟାଲ ପ୍ରତି ୨୫୦୦ଟଙ୍କାରେ କିଣାଯିବ, ୨୦ଲକ୍ଷ ଯୁବବର୍ଗଙ୍କୁ ସରକାରୀ ଚାକିରି, ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ, ଝିଅଙ୍କୁ ସ୍ମାର୍ଟଫୋନ୍ ଓ ସ୍କୁଟି ମିଳିବ, କରୋନା କାଳରେ ବକେୟା ବିଜୁଳି ବିଲ୍ ଛାଡ଼ କରାଯିବା ସହ ସମସ୍ତଙ୍କ ଦେୟ ଅଧା କରାଯିବ। ଏଥିସହିତ କରୋନା କାଳରେ ପ୍ରଭାବିତ ହୋଇଥିବା ପରିବାରକୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଛନ୍ତି।