ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି । ପ୍ରିୟଙ୍କାଙ୍କ ସ୍ୱାମୀ ରୋବର୍ଟ ଭଦ୍ରାଙ୍କ ଏକ ଇଣ୍ଟରଭ୍ୟୁରୁ ଏହି ସଙ୍କେତ ମିଳିଛି ।
ସମାଚାର ଏଜେନ୍ସି ପିଟିଆଇକୁ ରୋବର୍ଟ ଭଦ୍ରା କହିଛନ୍ତି ଯେ, ମୋତେ ଲାଗୁଛି ପ୍ରିୟଙ୍କା ସଂସଦରେ ରହିବା ଦରକାର । ସଂସଦ ଯିବାର ସମସ୍ତ ଗୁଣ ତାଙ୍କଠାରେ ରହିଛି । ସଂସଦରେ ସେ ଖୁବ୍ ଭଲ କାମ କରିବେ । ଯଦି ସେ ସଂସଦ ଯା’ନ୍ତି ମୁଁ ଖୁବ୍ ଖୁସି ହେବି । ଆଶା କରୁଛି କଂଗ୍ରେସ ପାର୍ଟି ତାଙ୍କୁ ଗ୍ରହଣ କରିବ ଏବଂ ତାଙ୍କ ପାଇଁ ଖୁବ୍ ଭଲ ଯୋଜନା ପ୍ରସ୍ତୁତ କରିବ ।