ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅହଙ୍କାର ସମସ୍ତଙ୍କୁ ଜଣା: ପ୍ରିୟଙ୍କା ଗାନ୍ଧୀ

ମୁଜାଫାରନଗର,ଏଜେନ୍ସି: ଆଜି ଉତ୍ତରପ୍ରଦେଶର ମୁଜାଫାରନଗର ଜିଲ୍ଲାରେ କିଶାନ ମହାପଞ୍ଚାୟତକୁ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିବା ସହିତ ମୋଦୀଙ୍କ ଅହଙ୍କାରକୁ ଟାର୍ଗେଟ କରିଛନ୍ତି।

ପୂରୁଣା କାଳରେ ରାଜା ରାଣି ତାଙ୍କ ବଳ ପାଇଁ ଅହଙ୍କାର କରୁଥିଲେ, ବତ୍ତର୍ମାନ ୨ଥର ପ୍ରଧାନମନ୍ତ୍ରୀ ହେବାରୁ ସେ ମଧ୍ୟ ଅହଙ୍କାର ଦେଖାଉଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ କରିବା ଦରକାର, କାହିଁକି ମୋଦୀ ଜି ଚାଷୀଙ୍କ ସହିତ କଥା ହେଉନାହାନ୍ତି ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି? ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି।

ସେହିପରି ବେକେୟା ଥିବା ଆଖୁ ପଇସାକୁ ଫେରାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ଚାଷୀ ପଇସା ପାଇନାହାନ୍ତି। ତେବେ ପ୍ରଧାନମନ୍ତ୍ରୀ ଅଧିକ ପଇସା ଦେଇ ଦୁଇଟି ବିମାନ କିଣିଲେ, ୨୦ ହଜାର କୋଟି ବ୍ୟୟରେ ନୂତନ ସଂସଦ ପ୍ରକଳ୍ପ ନିର୍ମାଣ କରୁଛନ୍ତି, ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କୁ ଆଖୁ ପଇସା ମିଳିନାହିଁ। ବିଜେପି ସରକାରରେ ୨୧.୨୫ ଲକ୍ଷ କୋଟି ଟଙ୍କା ଡିଜେଲରୁ ଆମଦାନୀ ହୋଇଥିବା ବେଳେ ତାହାର କୌଣସି ହିସାବ ନାହିଁ।

ଏଥିସହିତ ପ୍ରିୟଙ୍କା କହିଛନ୍ତି କି ଚାଷୀ ଦୁଃଖିତ ଅଛନ୍ତି, ବଡ଼ ଲୋକ ହଜାରେ କୋଟି ରୋଜଗାର କରୁଛନ୍ତି ହେଲେ ଚାଷୀ ରାସ୍ତାରେ ବସିଛନ୍ତି। ସେହିପରି ସରକାରୀ ମଣ୍ଡିରେ କର ଛାଡ ହେଉଥିବା ବେଳେ ବେସରକାରୀ ମଣ୍ଡିରେ କର ଛାଡ ହେଉନାହିଁ। ଫଳରେ ଆଗକୁ ସରକାରୀ ମଣ୍ଡିଗୁଡ଼ିକରେ ଅବହେଳା ଦେଖାଯିବାର ଆଶଙ୍କା ରହିଛି ବୋଲି ପ୍ରିୟଙ୍କା କହିଛନ୍ତି।