ପ୍ରିୟଙ୍କା ଗାନ୍ଧୀ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଲେ କଂଗ୍ରେସର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ରାଲିରେ ରବିବାର କଂଗ୍ରେସର ଜଣେ କାର୍ମକର୍ତ୍ତା ପ୍ରୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଥିଲେ। ନୂଆଦିଲ୍ଲୀରେ ରାଲି ଅନୁଷ୍ଠିତ ହେଉଥିବାବେଳେ କଂଗ୍ରେସର ଜଣେ ପୂର୍ବତନ ବିଧାୟକ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଥିଲେ।

ଯାହାକୁ ଶୁଣି ମଞ୍ଚସ୍ଥ ଅତିଥି ଓ ଆସିଥିବା ଲୋକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ମଞ୍ଚରେ ଏଭଳି ନାରା ଲଗାଇଥିବା ଜଣାପଡ଼ିଛି। ପରେ ସେ ତାଙ୍କ ଭୁଲକୁ ଅନୁଭବ କରିପାରି ସଂଶୋଧନ କରି ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦର ନାରା ଲଗାଇଥିଲେ।