ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଜାନୁଆରୀ ୧୬ ସୁଦ୍ଧା ୮ ଦଫା ଦାବି ପୂରଣ କରିବାକୁ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି । ୧୬ ସୁଦ୍ଧା ଦାବି ପୂରଣ ନହେଲେ ୧୭ରୁ ବସ୍ ଗଡ଼ିବନି । ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ସଂଘ ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।