ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନିଜ ପୁରା କ୍ୟାବିନେଟ ସହ ‘ପୃଥ୍ୱୀରାଜ’ ଚଳଚ୍ଚିତ୍ର ଦେଖିଛନ୍ତି । ଲଖନଊସ୍ଥିତ ଲୋକ ଭବନରେ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା । ଫିଲ୍ମ ଦେଖିବା ପରେ ଏହାକୁ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ପୃଥ୍ୱୀରାଜ ଚୌହାନଙ୍କ ଜିବନୀ ଉପରେ ଆଧାରିତ ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ନଜର ଆସିବେ । ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମଟି ଆସନ୍ତାକାଲି ସିନେମା ଘରେ ରିଲିଜ ହେବ ।