ଉପକାରାଗାରରୁ ବିଚାରାଧୀନ କଏଦୀ ଫେରାର

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲାର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଖସି ପଳାଇଥିବା ଜଣାଯାଇଛି। କଏଦୀ ଜଣକ ହେଉଛି କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା। ତେବେ ସେ କିଛିଦିନ ତଳେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ।

ପ୍ରବଳ ବର୍ଷା ଏବଂ ଘନ ଘନ ବିଜୁଳି କଟୁଥିବାର ସୁଯୋଗ ନେଇ ରଜେଶ ଗତ ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଜେଲ୍‌ ପାଚେରି ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ରାତି ୯ଟା ବେଳେ କଏଦୀମାନଙ୍କୁ ଖାଇବାକୁ ଦିଆଯିବା ସମୟରେ ରାଜେଶ ନାହାନ୍ତି ବୋଲି ଜଣାପଡ଼ିଥିଲା। ତୁରନ୍ତ ଜେଲ୍‌ କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।