ଦ୍ୱିତୀୟ ଡୋଜ ଅପେକ୍ଷାରତଙ୍କୁ ଅଗ୍ରାଧିକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ଏଏସସି ପ୍ରଦୀପ୍ତ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ଯେଉଁମାନେ ଏବେ ଦ୍ୱିତୀୟ ଡୋଜ୍ ଟିକା ନେବା ଲାଗି ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ପ୍ରଥମେ ଦିଆଯିବ। ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମେ ଟିକା ଦିଆଯିବ ନାହିଁ। ପ୍ରଥମେ ଡୋଜ୍ ବାଲା ଅପେକ୍ଷା କରନ୍ତୁ ଆମେ ସମସ୍ତଙ୍କୁ ଟିକା ଦେବୁ ଏଏସସି କହିଛନ୍ତି।

ରାଜ୍ୟର ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଓ ୮୭ ପ୍ରତିଶତଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗରେ ମୋଟ ୧କୋଟି ୧୬ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩.୫୫ଲକ୍ଷ ପ୍ରଥମ ଡୋଜ୍ ଓ ୨୩ଲକ୍ଷ ୪୩ହଜାର ଦ୍ୱିତୀୟ ଡୋଜ୍ ନେଲେଣି। କୋଭାକ୍ସିନ ଟିକାର ଦ୍ୱିତୀୟ ଡୋଜ୍ ଦେବାରେ ଏପର୍ଯ୍ୟନ୍ତ କୌଣସି ସମସ୍ୟା ହୋଇନାହିଁ। ଏପ୍ରିଲ ୩୦ ସୁଦ୍ଧା ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଥିଲେ ସରକାରୀ ହସ୍ପିଟାଲରେ ଦ୍ୱିତୀୟ ଡୋଜ୍ ମାଗଣାରେ ନେଇପାରିବେ। ୧୮ରୁ ୪୪ ବର୍ଗର ଲୋକଙ୍କୁ ଏବେ କେବଳ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ବୋଲି ଏଏସସି କହିଛନ୍ତି।