ଦେଶର କରୋନା ସ୍ଥିତିକୁ ନେଇ ମୋଦୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାପକ ସମୀକ୍ଷା ବୈଠକ କରିଛନ୍ତି। ମୋଦୀଙ୍କ ବ୍ୟତୀତୀ ଉକ୍ତ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ରେଳମନ୍ତ୍ରୀ ପିୟୁଷ ଗୋୟେଲଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଶୀର୍ଷ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲ୍ଲାର ବିଗୁଡ଼ୁଥିବା ସ୍ଥିତିର ଫଟୋ ମୋଦୀଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ୧ଲକ୍ଷରୁ ଉର୍ଦ୍ଧ୍ୱ ବିଶିଷ୍ଟ ସକ୍ରିୟ ମାମଲା ୧୨ଟି ରାଜ୍ୟରେ ରହିଥିବା ନେଇ ସ୍ୱାସ୍ଥ୍ୟ ଅଧିକାରୀ ମୋଦୀଙ୍କୁ ଜଣାଇଥିଲେ।

ଏହି ଅବସରରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଖୁବ୍ ଦ୍ରୁତ ଗତିରେ ବଢ଼ାଇବା ପାଇଁ କାମ କରାଯାଉଛି ବୋଲି ମାଦୀଙ୍କୁ କୁହାଯାଇଛି। ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ସାହାଯ୍ୟ ଓ ପରାମର୍ଶ ଯୋଗାଇବାକୁ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି।