ନୂଆଦିଲ୍ଲୀ,ଏଜେନ୍ସି: ମହାବାତ୍ୟା ଉମ୍ଫାନ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ରାଜ୍ୟସରକାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ରାଜ୍ୟ ସାହସିକତାର ସହ ବାତ୍ୟାକୁ ମୁକାବିଲା କଲା। ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି। ଏଥିସହ ଓଡ଼ିଶାକୁ ଏହିଭଳି ପ୍ରତିବର୍ଷ ଆସୁଥିବା ବାତ୍ୟାକୁ ଦୃଢତାର ସହ ମୁକାବିଲା କରୁଛନ୍ତି ତେଣୁ ସେମାନଙ୍କ ସହିତ ମୋର ସୁଚିନ୍ତାଧାରା ସର୍ବଦା ରହିଛି।
ପିଏମ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ସମୟରେ ଅଧିକାରୀମାନେ ପ୍ରଭାବିତ ଲୋକମାନଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିଛନ୍ତି ଏବଂ ବାତ୍ୟା ପରେ ମଧ୍ୟ ପ୍ରଭାବିତ ସ୍ଥାନମାନଙ୍କରେ ରହି ପ୍ରଭାବିତ ଲୋକମାନମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ମୁଁ ପ୍ରାର୍ଥନା କରୁଛି ବାତ୍ୟା ଯୋଗୁଁ ଉପୁଜିଥିବା ସମସ୍ୟା ଶୀଘ୍ର ସାମାଧାନ ହେଉ।