କରୋନା ଟିକା ନେଲେ ବ୍ରିଟେନ ମହାରାଣୀ ଓ ପ୍ରିନ୍ସ ଫିଲିପ

ଲଣ୍ଡନ,ଏଜେନ୍ସି: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ଆଜି କରୋନା ଟିକା ନେଇଛନ୍ତି। ଏନେଇ ବକିଂଗଧମ ପ୍ୟାଲେସର ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୯୪ ବର୍ଷୀୟ ମହାରାଣୀ ଓ ୯୯ ବର୍ଷୀୟ ଫିଲିପଙ୍କୁ ପ୍ରାଥମିକତା ଆଧାରରେ ବିଂଡସର କେସଲରେ ଟିକା ଦିଆଯାଇଛି। ସୂଚନା ଅନୁସାରେ ବ୍ରିଟେନରୁ ନୂଆ ଷ୍ଟ୍ରେନ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଏହା ବହୁ ଜୋରରେ ବ୍ୟାପୁଛି।

ସେହିପରି ବ୍ରିଟେନ ସରକାର ଫେବୃଆରୀର ମଧ୍ୟ ଭାଗରୁ ଦେଶରେ ଟିକାକରଣ କରିବାକୁ ଯୋଜନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ଦେଢ଼ କୋଟି ବୃଦ୍ଧ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯାଇ ଟିକାକରଣ ହେବ ବୋଲି କୁହାଯାଇଛି।