ଭୁବନେଶ୍ୱରରେ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଭୁବନେଶ୍ୱରର ସମସ୍ତ ସହରାଞ୍ଚଳ, ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଟିକାକରଣ କରାଯାଉଛି। ଏଥିରେ ଭୁବନେଶ୍ୱରର ମୋଟ ୧୦ ହଜାର ଗର୍ଭବତୀଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ମଧ୍ୟରେ ଗର୍ଭବତୀ ଟିକା ନେଇପାରିବେ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗର୍ଭବତୀମାନେ ପରିଚୟ ପତ୍ର ଦେଖାଇ ଟିକା ନେଇପାରିବେ। ଟିକା ନେବା ପାଇଁ ସେମାନଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି। ଅନ୍ୟପଟେ ଗର୍ଭବତୀଙ୍କୁ ଟିକାକରଣ କରିବା ଲାଗି ନିୟୋଜିତ ଥିବା ସମସ୍ତ ନର୍ସ, ଏଏନଏମ୍ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।