ପୂର୍ବତନ ସୁପ୍ରିମକୋର୍ଟ ଓକିଲ ଜେଠମଲାନୀଙ୍କ ପରଲୋକ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ପୂର୍ବତନ ସୁପ୍ରିମକୋର୍ଟ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ଜେଠମଲାନୀଙ୍କ ରବିବାର ଦିନ ୯୫ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି। ସୂଚନା ଅନୁସାରେ ଗତ କିଛିଦିନ ଧରି ତାଙ୍କ ଦେହ ଖରାପ ରହିଥିଲା। ଆଜି ସନ୍ଧ୍ୟାରେ ଲୋଧିରୋଡ଼ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଜେଡମଲାନୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଥିବା ଏନ୍‌ଡିଏ ସରକାରରେ ସହରର ଉନ୍ନୟନ ବିଭାଗରମନ୍ତ୍ରୀ ଥିଲେ। ଏବଂ ୨୦୧୦ରେ ତାଙ୍କୁ ସୁପ୍ରିମକୋର୍ଟର ବାର ଆସୋସିଏସନର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା।

ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, କେନ୍ଦ୍ରୀୟ ନେତା ଓ ବରିଷ୍ଠ ଓକିଲ ଅଭିଷେକ ମନୁ ସିନ୍ଧବି ପ୍ରମୁଖ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଥିଲେ।