ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ମହାରାଷ୍ଟ୍ର,ଏଜେନ୍ସି: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପିଡବ୍ଲ୍ୟୁଡି ମନ୍ତ୍ରୀ ଅଶୋକ ଚୌହାନ ବର୍ତ୍ତମାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ରାତିରେ ତାଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ଆସିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପୂର୍ବରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଜିତେନ୍ଦ୍ର ଆହାଦ ମଧ୍ୟ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଛି।

ତାଙ୍କୁ ୨ ସପ୍ତାହରୁ ଅଧିକ ସମୟ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ସେ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ସେହିପରି ଅଶୋକ ଚୌହାନ ନନ୍ଦେଡରେ ଥିଲେ ହେଲେ କରୋନା ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି। ଏହି ପରିପ୍ରେକ୍ଷୀରେ ୫୦ ହଜାର ଅତିକ୍ରମ କଲା ମହାରାଷ୍ଟ୍ରରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା।