ପ୍ରେସ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ଉପରାଷ୍ଟ୍ରପତି ଓ ସୂଚନା ପ୍ରସାରଣ ମନ୍ତ୍ରୀ

ପ୍ରକାଶ ଜାଭେଦକର: ମିଥ୍ୟା ନ୍ୟୁଜ ସବୁଠାରୁ ବଡ଼ ବିପଦ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ରାଷ୍ଟ୍ରୀୟ ପ୍ରେସ ଦିବସ। ୧୬ ନଭେମ୍ବର ୧୯୬୬ରୁ ଭାରତୀୟ ପ୍ରେସ ବିଦ୍ଧିବଧ ଭାବେ କାର୍ଯ୍ୟ ଆରମ୍ କରିଥିବାରୁ ଏହି ଦିନକୁ ପ୍ରେସ ଦବସଭାବେ ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଯେ ସାଧାରଣ ଲୋକଙ୍କୁ ପ୍ରେସ ସମ୍ପର୍କରେ ସୂଚନା ଦେବା ଓ ସେମାନଙ୍କ ନିଜ ନିକଟକୁ ଆଣିବା। ଆଜିର ଦିନରେ ସାମ୍ବାଦିକତା ଦେଶଭରି ବ୍ୟାପୀ ସାରିଛି ଓ ଦେଶର କୋଣ ଅନୁକୋଣରେ ଖବର ପହଞ୍ଚାଉଛି।

ଏହି ଅବସରରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଯାଭେଦକର ୨୦୧୯ରେ ସାମ୍ବାଦିକତା ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ରାଷ୍ଟ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ପ୍ରକାଶ ଜାଭେଦକର ମଡିଆ ବନ୍ଧୁ ମାନଙ୍କୁ ପ୍ରେସ ଦିବସର ଶୁଭେତ୍ସା ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମିଡ଼ିଆର ସ୍ୱତନ୍ତ୍ରତା ଏକ ଜୀବନ୍ତ ଲୋକତନ୍ତ୍ରର ଆଧାର ବୋଲି କହିଛନ୍ତି।

ଏଥିସହ ଜରୁରୀକାଳୀନ ସମୟରେ କଂଗ୍ରେସ ଦ୍ୱାର ବନ୍ଦ କରିଦିଆଯାଇଥିଲା। କିନ୍ତୁ ଆମେ ମିଡ଼ିଆକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ପ୍ରଦାନ କରୁଛୁ। ତେବେ ମିଡ଼ିଆ ଆଲୋଚନା କରିପାରିବ ଏବଂ ମିଥ୍ୟ ସମ୍ବାଦରୁ ଦୁରେଇ ରହିବା ପାଇଁ କହିଥିଲେ। ଏଥି ସହିତ ମିଥ୍ୟ ନ୍ୟୁଜର ବିପଦ ପେଡ ନ୍ୟୁଜ ଠାରୁ ଅଧିକ ବୋଲି କହିଥିଲେ।