ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଶୁକ୍ରବାର ପହଞ୍ଚିବାପରେ ୨୮ତାରିଖରେ ଗଞ୍ଜାମ ଜିଲ୍ଲା ଯିବେ। ସୂଚନା ଅନୁସାରେ ଶ୍ରୀ କୋବିନ୍ଦ ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜର ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ଏ ନେଇ ଗୋଳାବନ୍ଧରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିକଟରେ ଥିବା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ରାଷ୍ଟ୍ରପତିଙ୍କ ବିମାନ ଓହ୍ଲାଇବ। ଏ ନେଇ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ କାର୍କେଡ ଅଭ୍ୟାସ କରାଯାଇଛି।

ଗତକାଲିର କାର୍ଯ୍ୟକ୍ରମରେ ପୁଲିସ ଡିଆଇଜିଙ୍କ ସହ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।