ପ୍ରୋଟୋକଲ ଭାଙ୍ଗି ନିଜ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି। ଏଥିସହିତ ସେ କହିଲେ ଆପଣ ମତେ ଭୁଲି ନାହାନ୍ତି ତ।

ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ନିଜ ସହରକୁ ଆସି ଛାତ୍ର ଜୀବନକୁ ମନେ ପକାଇଥିଲେ। ଏହି ଅବସରରେ ସେ ତାଙ୍କ ଗୁରୁଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଛନ୍ତି। ନିଜ ଶିଷ୍ୟ ହାତରୁ ସମ୍ମାନ ପାଇ କିଦବଇ ନଗରରେ ରହୁଥିବା ୮୫ ବର୍ଷୀୟ ତ୍ରିଲୋକ ନାଥ ଟଣ୍ଡନ ଗର୍ବିତ ଅନୁଭବ କରିଛନ୍ତି। ଶ୍ରୀ ଟଣ୍ଡନ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି କି, କୋବିନ୍ଦ ମୋ ପାଦ ଛୁଇଁ ଆଶୀର୍ବାଦ ନେଲେ ଓ ମତେ କହିଲେ କି ଆପଣ ଶହେ ବର୍ଷ ବଞ୍ଚନ୍ତୁ, ମୁଁ ମଧ୍ୟ କୋବିନ୍ଦଙ୍କୁ କହିଲି ଯେ ମୁଁ ଶହେ ବର୍ଷ ବଞ୍ଚିବା ପାଇଁ ପ୍ରସ୍ତୁତ ଅଛି। ଏଥିସହିତ ଦେଶକୁ ଆଗକୁ ନେବା ପାଇଁ ଶ୍ରୀ ଟଣ୍ଡନ ରାଷ୍ଟ୍ରପତିଙ୍କୁ କହିଛନ୍ତି।