ବ୍ଲକ୍‌ର ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁକନ୍ୟା ସଂଗଠନ ସହ ଆଲୋଚନା କଲେ ବ୍ଲକ୍‌ ଅଧ୍ୟକ୍ଷ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ରେ ଅନେକ ଗରିବ ନିରୀହ ଲୋକେ ସରକାରୀ ଯୋଜନାରୁ ବାଦ ପଡିବା ସହ ପ୍ରକୃତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ ହେବା ତାହା ବାଟବଣା ହେବାରେ ଲାଗିଛି। ବ୍ଲକ୍‌ର ଅନେକ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ବ୍ଲକ୍‌ ପ୍ରଶାସନ ଠାରେ ଦୌଡ଼ ଦୌଡ଼ ଲୋକେ ନୟାନ୍ତ ହେଲେଣି ତେବେ ଏଭଳି ଅନେକ ସମସ୍ୟା ସମ୍ପର୍କରେ ଆଜି ବ୍ଲକ୍‌ ଅଧ୍ୟକ୍ଷ।

ମୋନିକା ସିଂ ଭୋଇ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ସହ ଶୁକନ୍ୟା ସଙ୍ଗଠନର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ। ଏଭଳି ସମସ୍ୟା ସମ୍ପର୍କରେ ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ବ୍ଲକ୍‌ ଅଧ୍ୟକ୍ଷ। ଶ୍ରୀମତୀ ସିଂ ଭୋଇ କହିଛନ୍ତି। ଏଥିରେ ଶୁକନ୍ୟା ସଙ୍ଗଠନର ଜିଲ୍ଲା ସଂଯୋଜକ ଚନ୍ଦ୍ରମଣୀ ସାହୁ, ବ୍ଲକ୍ ସୁପର ଭାଇଜର ସଂଗୀତା ସାହୁ, ସଭାପତି ପିଙ୍କି କୁମ୍ଭାର, ସଭାନେତ୍ରୀ ସୁଜାତା ଦାସ, ଜାନବି ବାଗ, ଇସ୍ପା ମଲ୍ଲିକ, ପୁଷ୍ପାଞ୍ଜଳି ନାଗ, ଦ୍ରୋପୋଦି ନାଗ, ପ୍ରିୟଙ୍କା କୁମ୍ଭାର, ସ୍ଵପ୍ନ କୁମ୍ଭାର, ସଂଯୁକ୍ତା ମହାନନ୍ଦ ପ୍ରମୁଖ ସାମିଲ ଉପସ୍ଥିତ ଥିଲେ।