ରାଜଭବନରେ ରହିଗଲା ରାଷ୍ଟ୍ରପତିଙ୍କ ସ୍ମୃତି ‘ପାରିଜାତ’

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଫେରିଯାଇଛନ୍ତି। କିନ୍ତୁ ରାଜଭବନରେ ରହିଯାଇଛି ରାଷ୍ଟ୍ରପତିଙ୍କ ‘ପାରିଜାତ’ ସ୍ମୃତି । ଶୁକ୍ରବାର ରାଷ୍ଟ୍ରପତି ଓ ତାଙ୍କର ସହଧର୍ମିଣୀ ସବିତା କୋବିନ୍ଦ ରାଜଭବନ ଗସ୍ତ କରି ‘ପାରିଜାତ’ ଚାରା ରୋପଣ କରିଛନ୍ତି।

ଦେଶର ପ୍ରଥମ ନାଗରିକ ଓ ପ୍ରଥମ ମହିଳା ନାରିକଙ୍କ ପରିବେଶ ସୁରକ୍ଷା କାର୍ଯ୍ୟ ଯେତିକି ବିସ୍ମିତ କରୁଛି, ସେତିକି ଜନମାନସରେ ସଚେତନତା ସୃଷ୍ଟି କରିଛି।