କଂଗ୍ରେସର ପୁରୁଣା ରୋଗ: ପୁଣି ଆରମ୍ଭ ହେଲା ସଭାପତି ହଟାଅ ଅଭିଯାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ପାନ୍ଥନିବାସ ପରିସରରେ ସଭାପତି ହଟାଅ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ସକାଳୁ କଂଗ୍ରେସ ନେତା ବାପି ସର୍ଖେଲଙ୍କ ନେତୃତ୍ୱରେ ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଛି। ଗୋଡ଼ ଟଣାଟଣି ପାଇଁ ବେଶ ଜଣାଶୁଣା କଂଗ୍ରେସ ଦଳରେ ଏବେ ସଭାପତି ଚୌକି ପାଇଁ ଧାଁ ଦୌଡ଼ ଆରମ୍ଭ ହୋଇଯାଇଛି।

ରାଜ୍ୟରେ ହୋଇଥିବା ୨ଟି ଉପନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପିସିସିର ନବକଳେବର ହେବା ଜରୁରୀ ବୋଲି ବାପି ସର୍ଖେଲ କହିଛନ୍ତି । ମହମ୍ମଦ ମୋକିମଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଛନ୍ତି। ଏ ନେଇ ଆସନ୍ତା ସପ୍ତାହରେ ଏକ ଟିମ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବ ବୋଲି ସୂଚନା ମିଳିଛି । ତେବେ ଏହି ସଭା ସମ୍ପର୍କରେ ମହମ୍ମଦ ମୋକିମ କିଛି ଜାଣିନଥିବା ସୂଚନା ମିଳିଛି ।